ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଇନଷ୍ଟାଗ୍ରାମ୍ ‘ଭାଇମାନେ’ ମହିଳାଙ୍କ ଠାରୁ ଠକି ନେଲେ ୨ଲକ୍ଷ ଟଙ୍କା

ଲକ୍ଷ୍ନୌ : ବର୍ତ୍ତମାନ ସମୟରେ ସାଇବର ଠକମାନେ ଖୁବ୍ ଜୋରରେ ମାତିଛନ୍ତି। ସେମାନେ ବିଭିନ୍ନ ଉପାୟରେ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରି ନେଉଛନ୍ତି। ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଏଠାରେ ଜଣେ ମହିଳା ହୋଇଛନ୍ତି ସାଇବର ଠକଙ୍କ ଶିକାର। ଭାଇ ହେବାର ନାଟକ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଠକମାନେ।

ଇନ୍‌ଷ୍ଟାଗ୍ରାମ୍‌ରେ ତିନି ଜଣ ଯୁବକ ଜଣେ ମହିଳାଙ୍କ ସହ ବନ୍ଧୁତା କଲେ ଏବଂ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ପୁଲିସ ସୂତ୍ରରୁ ଏହି ସୂଚନା ମିଳିଛି। ଏହିପରି ପ୍ରଥମ ମାମଲାରେ , ମହିଳାଙ୍କର ଭାଇ ସାଜିଥିବା ଏହି ସାଇବର ଠକମାନେ ମହିଳାଙ୍କୁ ବିବାହର ଗିଫ୍ଟ ଦେବାକୁ କହିଲେ ଏବଂ ତାଙ୍କୁ ଷଡ଼ଯନ୍ତ୍ର କରି ଫସେଇ ଦେଲେ।

ଇନ୍ଦିରା ନଗରରେ ରହୁଥିବା ସଲମା ( ଛଦ୍ମ ନାମ) ପୁଲିସକୁ କହିଛନ୍ତି ଯେ, ୨୨ ଅପ୍ରେଲରେ ଇନଷ୍ଟାଗ୍ରାମ୍‌ରେ ତାଙ୍କର ପରିଚୟ ରବି କୁମାର, ରାଣା ପ୍ରତାପ ସିଂହ ଓ ମନୋଜ ନାମକ ତିନି ଜଣ ବ୍ୟକ୍ତିଙ୍କ ସହ ହୋଇଥିଲା। ଏହି ୩ ଜଣ ବ୍ୟକ୍ତି ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ ଏବଂ ତାଙ୍କୁ ନିଜର ଭାଇ ଭାବେ ସମ୍ୱୋଧନ କରିବାକୁ କହି ଥିଲେ।

ମହିଳା ଜଣଙ୍କ କହିଛନ୍ତି , ଅନେକ ଦିନ ଯାଏ ସଂପର୍କରେ ରହିବା ପରେ , ସେମାନଙ୍କ ମଧ୍ୟରୁ ଜଣେ ରବି କୁମାର ମୋ ପାଖକୁ ଫୋନ୍‌ କଲେ ଏବଂ କହିଲେ କି ମୋ ପାଇଁ ବିବାହର ମହଙ୍ଗା ଜିନିଷ ଗିଫ୍ଟ ଦେବେ। ଏଥିପାଇଁ ସେ ସିପିଂ ପାଇଁ ମୋର ଆଧାର କାର୍ଡ , ଫଟୋ ଓ ଅନ୍ୟ କାଗଜପତ୍ର ପାଇଁ ଅନୁରୋଧ କରି ଥିଲେ। ପରେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମନୋଜ ମୋତେ ଫୋନ କରି କହିଲେ କି ସିପମେଣ୍ଟକୁ ବିମାନ ବନ୍ଦରରେ ଜବତ କରି ନିଆ ଯାଇଛି। ସେ କହିଲେ ଏହି ପ୍ୟାକେଜ୍‌କୁ ଆଣିବାକୁ ହେଲେ ମୋତେ ନିର୍ଦ୍ଦିଷ୍ଟ ରାଶି ପେମେଣ୍ଟ କରିବାକୁ ହେବ। 

ଆରମ୍ଭରେ , ମୁଁ ମନା କରି ଦେଲି , କିନ୍ତୁ ସେ ମୋତେ ଏହା କହି ଧମକ ଦେଲେ କି ଯଦି ମୁଁ କଥା ନମାନେ ତ ସେ ସିବିଆଇ , ଅପରାଧ ଶାଖା ବା ଆୟକର ଅଧିକାରୀଙ୍କୁ ସାମିଲ କରି ଦେବେ ଏବଂ ମୋତେ ଗିରଫ କରାଇ ଦେବେ।

ସେ ଚିନ୍ତାରେ ପଡ଼ିଗଲେ ଏବଂ କ୍ୟୁଆର କୋଡ୍‌ ମାଧ୍ୟମରେ ୧.୯୪ ଲକ୍ଷ ଟଙ୍କା ଅନଲାଇନ୍‌ ଟ୍ରାନ୍ସଫର କରି ଦେଲେ। ନର୍ଥ ଜୋନ୍‌ର ପୁଲିସ ଅଧିକାରୀ ଅଭିଜିତ୍‌ ଶଙ୍କର କହିଛନ୍ତି କି, ପ୍ରାରମ୍ଭିକ ଯାଞ୍ଚ କରାଯାଇଛି । ଆହୁରି ଯାଞ୍ଚ ମଧ୍ୟ ଚାଲିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.